ଶାମସାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ | News Room Odisha

ଶାମସାବାଦ ବିମାନ ବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ବେଙ୍ଗାଲୁରୁ: ବାଙ୍ଗାଲୋରରୁ ବାରାଣସୀ ଯାଉଥିବା ଇଣ୍ଡିଗୋର ଏକ ବିମାନ ହାଇଦ୍ରାବାଦର ଶାମସାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ଇଣ୍ଡିଗୋର ଫ୍ଲାଇଟ୍ ‘୬ଇ୮୯୭’ ସକାଳ ୫.୧୦ରେ ବେଙ୍ଗାଲୁରୁରୁ ଉଡ଼ାଣ ଆରମ୍ଭ କରିଥିଲା । ତେବେ କୌଣସି ବୈଷୟିକ ତ୍ରୁଟି ଯୋଗୁଁ ବିମାନ ଶାମସାବାଦ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା | ଏହି ବିମାନରେ ମୋଟ ୧୩୭ ଜଣ ଲୋକ ଥିଲେ। ସବୁ ଯାତ୍ରୀଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କହିଛି ଯେ ସମସ୍ତ ୧୩୭ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ବିମାନ ବାଙ୍ଗାଲୋରରୁ ବାରାଣସୀ ଅଭିମୁଖେ ଯାତ୍ରା କରୁଥିଲା। ଏହାପୂର୍ବରୁ ଏପ୍ରିଲ ୧ରେ ଦିଲ୍ଲୀରୁ ଦୁବାଇ ଯାଉଥିବା ଏକ କାର୍ଗୋ ପ୍ଲେନ୍ ସହିତ ପକ୍ଷୀର ମୁହାଁମୁହିଁ ଧକ୍କା ହେବାଊ ତାହା ଦିଲ୍ଲୀ ବିମାନବନ୍ଦରକୁ ଫେରି ଆସିଥିଲା । ଯାଞ୍ଚ୍ ପରେ ପକ୍ଷୀ ସହ ଧକ୍କା ଯୋଗୁଁ ବିମାନର ୱିଣ୍ଡିଶିଲ୍ଡରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା ।