ଶିଵଶକ୍ତି ଟ୍ରେଡିଂରେ ଜିଏସଟି ବିଭାଗର ଚଢ଼ାଉ | News Room Odisha

ଶିଵଶକ୍ତି ଟ୍ରେଡିଂରେ ଜିଏସଟି ବିଭାଗର ଚଢ଼ାଉ

ବଲାଙ୍ଗିର: ଜିଏସଟି ଫାଙ୍କିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଧର୍ମଶାଳା ରୋଡ଼ ନିକଟ ଶିବଶକ୍ତି ଟ୍ରେଡିଂ ଦୋକାନରେ ଚଢ଼ାଉ କରାଯାଇଛି । ବଲାଙ୍ଗିର ସିଟି-ଜିଏସଟି ଡେପୁଟି କମିଶନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଚାଲିଥିବା ଚଢ଼ାଉରେ ୫ ଜଣିଆ ଟିମ ରହିଛନ୍ତି । ଜିଏସଟି ଅଫିସର ରାଜେନ୍ଦ୍ର ନାଏକ, ଏଡ଼ିସିନାଲ ଜିଏସଟି ଅଫିସର ଜିତେନ୍ଦ୍ରୀୟ ବାଗ, ଆସିଷ୍ଟାଣ୍ଡ ଜିଏସଟି ଅଫିସର ସରୋଜ କୁମାର ବେରିହା, ଶରତ ସେଠ, କ୍ଷୀରୋଦ ମାଝୀ ପ୍ରମୁଖ ଉପସ୍ଥିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବଲାଙ୍ଗିର ରିଜର୍ଭ ପୋଲିସ ମୁତୟନ ରହିଛନ୍ତି ।