ଟୋକିଓରେ ଜାପାନର ପ୍ରମୁଖ ଷ୍ଟିଲ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ | News Room Odisha

ଟୋକିଓରେ ଜାପାନର ପ୍ରମୁଖ ଷ୍ଟିଲ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୋକିଓରେ ନିପ୍ପନ ଷ୍ଟିଲ କର୍ପୋରେସନ ଏନଏସସିର ସଭାପତି ଏଇଜି ହାସିମୋତୋଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟ ସରକାର ଓ ଏନଏସସି ମଧ୍ୟରେ ଭାଗିଦାରୀ ସମ୍ଭାବନା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଓଡ଼ିଶାରେ ଜାପାନର ଅଧିକ ପୁଞ୍ଜି ନିବେଶ ହୋଇପାରିବ, ସେ ନେଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବେ । ଆସନ୍ତାକାଲି ଓଡିଶା ଇନଭେଷ୍ଟର୍ସ ମିଟକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ।

ଏଣେ ରାଜ୍ୟ ସରକାର ଜାପାନର ମାରୁବେନି ଇତୋସୁ ଷ୍ଟିଲ ଆଇଏନସି – ଏମଆଇଏସଆଇକୁ ଓଡ଼ିଶାରେ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଇସ୍ପାତ ନିର୍ମାଣ ପାଇଁ ଓଡ଼ିଶାରେ ବ୍ୟାପକ ସମ୍ଭାବନା ରହିଛି ବୋଲି ସଂପୃକ୍ତ କମ୍ପାନୀକୁ ଅବଗତ କରାଯାଇଛି।