ସକାଳେ ତାତି, ଅପରାହ୍ନରେ ବର୍ଷା ଓ ବଜ୍ରପାତ: ଆସନ୍ତା ୯ ଯାଏଁ ରାଜ୍ୟରେ ଲାଗିରହିବ ଏଭଳି ସ୍ଥିତି | News Room Odisha

ସକାଳେ ତାତି, ଅପରାହ୍ନରେ ବର୍ଷା ଓ ବଜ୍ରପାତ: ଆସନ୍ତା ୯ ଯାଏଁ ରାଜ୍ୟରେ ଲାଗିରହିବ ଏଭଳି ସ୍ଥିତି

ଭୁବନେଶ୍ବର – ବାୟୁ ପ୍ରବାହରେ ଅନିୟମିତତା ଓ ଅସଙ୍ଗତି ପାଇଁ ରାଜ୍ୟରେ ଗତ କିଛି ଦିନ ଜାରି ରହିଛି ବର୍ଷା ଓ ବଜ୍ରପାତ । ସକାଳେ ଟାଣ ଖରା ହେଉଥିବା ବେଳେ ଅପରାହ୍ନ ହେବା ମାତ୍ରେ ଘୋଟିଆସୁଛି କଳାହାଣ୍ଡିଆ ମେଘ । କେଉଁଠି ବିଜୁଳି ଘଡଘଡି ସହ ବର୍ଷା ହେଉଛି ତ କେଉଁଠି ଝଡପବନ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଉ ଳ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇପାରେ । ୭ ତାରିଖ ଦିନ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ହେବା ନେଇ ଆକଳନ କରାଯାଇଛି । ଏଥିପାଇଁ ଦକ୍ଷିଣ, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେପଟେ ବର୍ଷା ହେଲେ ମଧ୍ୟ ମଧ୍ୟାହ୍ନରେ ତାପମାତ୍ରା ବଢିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।