ହିନ୍ଦୋଳ ଏନଏସିରେ ବିଜେଡିର କବଜା | News Room Odisha

ହିନ୍ଦୋଳ ଏନଏସିରେ ବିଜେଡିର କବଜା

ଭୁବନେଶ୍ୱର – ବରଗଡ଼ ଜିଲ୍ଲା ଅତାବିରା ସହ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ପାଇଁ ହୋଇଥିବା ନିର୍ବାଚନରେ ମଧ୍ୟ ବାଜି ମାରିଛି ବିଜେଡି । ହିନ୍ଦୋଳ ଏନଏସିର ୧୬ଟି ୱାର୍ଡରୁ ମଧ୍ୟରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡିର କେଶବ ପ୍ରଧାନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ । ବିଜେପି ପ୍ରାର୍ଥୀ ୫ଟି ୱାର୍ଡରେ ବିଜୟୀ ହୋଇଛନ୍ତି ।