ଲାଞ୍ଚ ନେବାବେଳେ ଖଣ୍ଡଗିରି ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ | News Room Odisha

ଲାଞ୍ଚ ନେବାବେଳେ ଖଣ୍ଡଗିରି ଥାନା ଏସଆଇଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡିଗିରି ଥାନା ଏସଆଇ । ଲାଞ୍ଚ ନେଉଥିବା ବେଳେ ଏସଆଇ ସୁଶାନ୍ତ ସ୍ବାଇଁଙ୍କୁ ଧରିଛି ଭିଜିଲାନ୍ସ । ଏକ ମାମଲାର ରଫାଦଫା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସୁଶାନ୍ତ । ନାକା ଗେଟ୍ ନିକଟରେ ଲାଞ୍ଚ ନେବା ବେଳେ ଏସଆଇଙ୍କୁ ଧରିଥିଲା ଭିଜିଲାନ୍ସ ।

ତାଙ୍କ ନିକଟରୁ ୫ ଶହ ଟଙ୍କିଆ ନୋଟ୍ ବଣ୍ଡଲ ଜବତ ହୋଇଛି । ଭୁବନେଶ୍ବରରେ ଥିବା ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବ ସୂଚନା ମୁତାବକ ଭିଜିଲାନ୍ସ ଟିମ୍ ସୁଶାନ୍ତଙ୍କୁ ଧରିବା ପାଇଁ ପ୍ରସ୍ତୁତ ରହିଥିଲା ।