ଭବାନୀପାଟଣା ମେଡିକାଲ କଲେଜରେ ପାଠପଢା ପାଇଁ ଏନଏମସିର ଅନୁମତି | News Room Odisha

ଭବାନୀପାଟଣା ମେଡିକାଲ କଲେଜରେ ପାଠପଢା ପାଇଁ ଏନଏମସିର ଅନୁମତି

ଭୁବନେଶ୍ୱର- ଜାତୀୟ ଡାକ୍ତରୀ ଆୟୋଗ -ଏନଏମସି ଭବାନୀପାଟଣା ମେଡିକାଲ କଲେଜ ପାଇଁ ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଇଛନ୍ତି। ଚଳିତ ବର୍ଷରୁ ଭବାନୀପାଟଣା ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ନେଇ ଅନୁମତି ଦେଇଛି ଜାତୀୟ ଡାକ୍ତରୀ ଆୟୋଗ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଏହା ସମ୍ଭବ ହୋଇଛି ଓ ଲୋକଙ୍କ ବହୁଦିନର ଆଂକାକ୍ଷା ପୂରଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।