ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ, ସୋନପୁର ଜିଲ୍ଲାପାଳ ଅବୋଲିଙ୍କୁ ତୁରନ୍ତ ଦାୟିତ୍ବ ନେବାକୁ ନିର୍ଦ୍ଦେଶ | News Room Odisha

ବଦଳିଲେ ଝାରସୁଗୁଡ଼ା ଜିଲ୍ଲାପାଳ, ସୋନପୁର ଜିଲ୍ଲାପାଳ ଅବୋଲିଙ୍କୁ ତୁରନ୍ତ ଦାୟିତ୍ବ ନେବାକୁ ନିର୍ଦ୍ଦେଶ

ଝାରସୁଗୁଡ଼ା: ଆଜି ଏକ ଜରୁରୀ ନିର୍ଦ୍ଦେଶନାମା ବଳରେ ବଦଳିଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ। ସୋନପୁର ଜିଲ୍ଲାପାଳ ଥିବା ଅବୋଲି ସୁନୀଲ ରଣଭଣେଙ୍କୁ ତୁରନ୍ତ ଝାରସୁଗୁଡ଼ାର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଅବୋଲିଙ୍କୁ ନିଜେ ରିଲିଭ ହୋଇ ଝାରସୁଗୁଡ଼ାରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି। ସେପଟେ ଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ସରୋଜ ସାମଲଙ୍କ ପରବର୍ତ୍ତୀ ନିଯୁକ୍ତି ନେଇ ନିର୍ଦ୍ଦେଶନାମାରେ କୌଣସି ଉଲ୍ଲେଖ ନାହିଁ। ବର୍ତ୍ତମାନ ଝାରସୁଗୁଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଥିବା ବେଳେ ଏହି ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି।