ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର | News Room Odisha

ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏ ନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ରୁ ୪୩୫ଟଙ୍କାକୁ ବୃଦ୍ଧି ପାଇଛି । ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୮୩ରୁ ୪୯୫ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧ ତାରିଖ ୨୦୨୩ରୁ ଏହା ଲାଗୁ କରାଯାଇଛି ।