ମାର୍ଚ୍ଚ ୩୧ ସୁଦ୍ଧା ୫ ବର୍ଷ ବୟସ ହୋଇସାରିଥିଲେ ପ୍ରଥମ ଶ୍ରେଣୀରେ ହୋଇପାରିବ ପିଲାଙ୍କ ନାମଲେଖା | News Room Odisha

ମାର୍ଚ୍ଚ ୩୧ ସୁଦ୍ଧା ୫ ବର୍ଷ ବୟସ ହୋଇସାରିଥିଲେ ପ୍ରଥମ ଶ୍ରେଣୀରେ ହୋଇପାରିବ ପିଲାଙ୍କ ନାମଲେଖା

ଭୁବନେଶ୍ୱର – ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ଥିବା ଦ୍ୱନ୍ଦ ଦୂର ହୋଇଛି । ବୟସସୀମା ନେଇ ଜିଲ୍ଲା ଓ ବ୍ଲକସ୍ତରରେ ଅଭିଭାବକ,ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଥିଲା ।ଏବେ ତାହା ଦୂର ହୋଇଛି। ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପିଲାର ବୟସ ୫ ବର୍ଷ ପୂରଣ ହୋଇସାରିଥିଲେ ପ୍ରଥମ ଶ୍ରେଣୀରେ ନାମ ଲେଖା ଯାଇପାରିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିସୂଚନା କ୍ରମାଙ୍କ ୬୫୫୪ ତା. ୦୪/୦୪/୨୦୨୨ରିଖରେ ସ୍ପଷ୍ଟ ଭାବେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ବୟସ ସୀମା ୩୧ ମାର୍ଚ୍ଚ ସୁଦ୍ଧା ୫ରୁ ୭ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି । ତେବେ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ବୟସସୀମା ସର୍ବାଧିକ ନଅ ବର୍ଷ ହୋଇପାରିବ। ଦ୍ୱନ୍ଦ ଦୂର କରିବା ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ପତ୍ର କ୍ରମାଙ୍କ ୭୬୪୪ ତା.  ୦୫/୦୪/୨୦୨୩ରିଖରେ ପୁନଃସ୍ପଷ୍ଟୀକରଣ ଦିଆଯାଇଛି।