ବନ ବିଭାଗ ହାତୀପଲ ଘଉଡାଇବା ବେଳେ ଅଘଟଣ, ଟ୍ରେନ ଧକ୍କାରେ ଗଲା ଦନ୍ତାର ଜୀବନ | News Room Odisha

ବନ ବିଭାଗ ହାତୀପଲ ଘଉଡାଇବା ବେଳେ ଅଘଟଣ, ଟ୍ରେନ ଧକ୍କାରେ ଗଲା ଦନ୍ତାର ଜୀବନ

ଅନୁଗୁଳ – ଦୁର୍ଘଟଣାରେ ଯାଇଛି ଆଉ ଏକ ଦନ୍ତା ହାତୀର ଜୀବନ ।ଏକ ଟ୍ରେନ ଧକ୍କା ଦେବାରୁ ଗୋଟିଏ ଦନ୍ତାର ମୃତ୍ୟୁ ହୋଇଛି । ଅନୁଗୁଳ ଜରପଡା ଦୁର୍ଗାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଁରେ ଉତ୍ପାତ କରୁଥିବା ହାତୀପଲକୁ ବନ ବିଭାଗ ଘଉଡାଇବା ବେଳେ ଏହି ଅଘଟଣ ଘଟିଛି ।ସମ୍ବଲପୁର-ହାୱଡା ମହିମା ଗୋସାଇଁ ଏକ୍ସପ୍ରେସ ଧକ୍କାରେ ଦନ୍ତା ପ୍ରାଣ ହରାଇଛି ।