ଶ୍ବଶୁର ଘର ଗାଁରେ ଜୀବନ ହାରିଲେ କନଷ୍ଟେବଳ | News Room Odisha

ଶ୍ବଶୁର ଘର ଗାଁରେ ଜୀବନ ହାରିଲେ କନଷ୍ଟେବଳ

ମାଲକାନଗିରି – ମାଲକାନଗିରି ସଦର ମହକୁମା ନିକଟରେ ଏକ ଅଭାବନୀୟ ଘଟଣା । ଶ୍ୱଶୁର ଘର ଗାଁରେ ଜୀବନ ହାରିଲେ ପୋଲିସ କନେଷ୍ଟବଳ । ଏମଭି ୪୨ ଗ୍ରାମ ନିକଟରେ ଏକ ବରଗଛରେ ଜଣେ ଏପିଆର ପୋଲିସ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତ କନେଷ୍ଟବଳ ହେଲେ ସୁଶାନ୍ତ ହାଲଦାର । ତାଙ୍କ ମୃତଦେହ ଗ୍ରାମବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ମୃତ କନେଷ୍ଟବଳ ପକେଟରେ ୮ଟି ହାତଲେଖା ସୁଇସାଇଡ ନୋଟ ଜବତ କରିଛି ପୋଲିସ । ସୁଶାନ୍ତଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ସେ ମାଲକାନଗିରି ଏମଭି ୪୨ ଗ୍ରାମରେ ବିବାହ କରିଥିଲେ। ପୋଲିସ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଝୁଲନ୍ତା ମୃତଦେହକୁ ଓହ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।