ବ୍ରହ୍ମପୁର: ବସ୍ - ଅଟୋ ଧକ୍କାରେ ୬ ଆହତ | News Room Odisha

ବ୍ରହ୍ମପୁର: ବସ୍ – ଅଟୋ ଧକ୍କାରେ ୬ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତନପୁର ନରସିଂହ ମନ୍ଦିର ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଗୋଟିଏ ଅଟୋ ମୁହାଁମୁହିଁ ଧକ୍କା ଘଟିଛି। ରବିବାର ସକାଳେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋଟି ଚୁରମାର୍ ହୋଇଯାଇଛି। ଅଟୋରେ ବସିଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ୨ ପୁରୁଷ ଅଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ସଦର ଥାନା ଏଏସ୍ଆଇ ତିରୁପତି ଶବର ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି।