ଢେଙ୍କାନାଳ ସହରରେ ସେକ୍ସ ରାକେଟ ଠାବ, ଜଣେ ଗିରଫ, ୨ ଯୁବତୀ ଉଦ୍ଧାର  | News Room Odisha

ଢେଙ୍କାନାଳ ସହରରେ ସେକ୍ସ ରାକେଟ ଠାବ, ଜଣେ ଗିରଫ, ୨ ଯୁବତୀ ଉଦ୍ଧାର 

ଢେଙ୍କାନାଳ – ଢେଙ୍କାନାଳ ସହରର କାଲଟାକ୍ସ ନିକଟରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ଟାଉନ ଥାନା ପୋଲିସ । ଶନିବାର ବିଳମ୍ବିତ ରାତିରେ ଟାଉନ ଥାନା ପୋଲିସ ଳ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହିତ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଯୁବତୀମାନେ ବାଲେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି। ଚଢ଼ାଉ ବେଳେ ଜଣେ ଗ୍ରାହକ ଖସି ପଳାଇଛି । ଘଟଣାସ୍ଥଳରୁ ଗୋଟିଏ କାର ଜବତ କରିଛି ପୋଲିସ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର। ପୂର୍ବରୁ ମଧ୍ୟ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ସଂପୃକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଗିରଫ କରାଯାଇଥିଲା ।