ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀଙ୍କ ଆତ୍ମହତ୍ୟା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ବ୍ୟବଚ୍ଛେଦ | News Room Odisha

ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀଙ୍କ ଆତ୍ମହତ୍ୟା, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ବ୍ୟବଚ୍ଛେଦ

ବୌଦ୍ଧ: ବୌଦ୍ଧ ଉପକାରାଗାରରେ ବନ୍ଦୀ ଆତ୍ମହତ୍ୟା କରିଛନ୍ତି । ୨୦୧୫ରେ ବାଉଁଶୁଣି ଥାନା ଜମଘାଟି ଗ୍ରାମରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ରବୀନ୍ଦ୍ର ମେହେରଙ୍କୁ ୨୦୧୭ ମସିହାରେ ଅଦାଲତ ଦ୍ବାରା ଆଜୀବନ କାରାଦଣ୍ଡର ଶୁଣାଣି ହୋଇଥିଲା । ଶନିବାର ସନ୍ଧ୍ୟାରେ ଉପକାରାଗାର ମଧ୍ୟରେ ଥିବା ଗାଧୁଆ ଘର ଝରକାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ।

ବନ୍ଦୀ ଜଣକର ମୁଣ୍ଡ ଦୋଷ ଥିବା କୁହାଯାଉଥିବା ବେଳେ ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଏଡିପିଓ ଆନନ୍ଦ ବର୍ଜନ ଗୁରୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଜି ସକାଳୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି ।