ଶ୍ରୀରାମ ଲୀଳା କ୍ରମରେ ଆୟୋଜିତ ବିଶ୍ୱର ମୁକ୍ତାକାଶ ରଙ୍ଗମଞ୍ଚ ସାହିଯାତରେ ସମ୍ପର୍ଣ୍ଣ ହୋଇଛି ରାବଣ ବଦ୍ଧ ପ୍ରସ୍ତାବ | News Room Odisha

ଶ୍ରୀରାମ ଲୀଳା କ୍ରମରେ ଆୟୋଜିତ ବିଶ୍ୱର ମୁକ୍ତାକାଶ ରଙ୍ଗମଞ୍ଚ ସାହିଯାତରେ ସମ୍ପର୍ଣ୍ଣ ହୋଇଛି ରାବଣ ବଦ୍ଧ ପ୍ରସ୍ତାବ

ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ଶ୍ରୀରାମ ଲୀଳା କ୍ରମରେ ଆୟୋଜିତ ସାହିଯାତରେ ସମ୍ପର୍ଣ୍ଣ ହୋଇଛି ରାବଣ ବଦ୍ଧ ପ୍ରସ୍ତାବ। ପ୍ରତିପଦା ଓ ଦ୍ଵିତୀୟା ତିଥିରେ ବାଲିସାହି ପକ୍ଷରୁ ଯାତ ବାହାରିଥିଲା। ପ୍ରଥମ ଦିନରେ ବାଲିସାହିରୁ ରାବଣ ବାହାରି ପ୍ରଭୁ ଜମ୍ବେଶ୍ଵରଙ୍କୁ ଆରାଧନା କରି ସେତୁବନ୍ଧ ପ୍ରତିଷ୍ଠା କରାଯାଇଥିଲା। ସେତୁବନ୍ଧ ପ୍ରତିଷ୍ଠା ନୀତି ଅନ୍ୟ ଦିନ ପରି ଜଗନ୍ନାଥ ବଲ୍ଲଭ ମଠରେ ଚଳନ୍ତି ପ୍ରତିମା ଶ୍ରୀରାମ ଲକ୍ଷ୍ମଣଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥାଏ। ବାଲିସାହିର ରାବଣ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଭାବରେ ଏକ ମନ୍ଦାର ମାଳ ଆଣିଥିଲେ।

ପଞ୍ଚାୟତ ସମିତି ହେଉଛି ବାଲି ସାହିର ଆଖଡ଼ା ଓ ହରଚଣ୍ଡୀ ସାହି ହେଉଛି ଏହାର ବାଦି ସାହି। ପୂର୍ବରୁ ହରଚଣ୍ଡୀ ସାହି ଆଖେଡା ତରଫରୁ ବାଲି ସାହି କୁ ଯାତ ଆସିଥିଲା। ବାଲିସାହି ଆଖେଡାର ଆଠଟି ମେଳ। ସେଗୁଡିକ ହେଲା, ହିଞ୍ଜଳ ଯାଗା, ଖୁଣ୍ଟିଆଯାଗା,ପଞ୍ଚାୟତଯାଗା,ଦୂବେଇଯାଗା,ଲୁହାଗଡ ଯାଗା,ଗୁରୁଜଙ୍ଗ ଜାଗା,ନାଗାକୋଟ ଯାଗା ଓ କାଳୀକାକୋଟ ଯାଗା।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ବଢ଼ିବାରେ ଚଳନ୍ତି ବିଗ୍ରହ ଶ୍ରୀରାମ ଲକ୍ଷ୍ମଣରତ୍ନସିଂହାସନକୁ ବିଜେ କରି ଥିଲେ। ଏହାପରେ ଆଜ୍ଞାମାଳ ପାଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥିଲେ। ପରମ୍ପରା ଅନୁଯାୟୀ ବାଲିସାହିରୁ ବାହାରିଥିବା ରାବଣ ଶ୍ରୀମନ୍ଦିର ଯାଇ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଭାବରେ ଏକ ମନ୍ଦାର ମାଳ ଆଣିଥିଲେ। ଏହାପରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ରାମ ରାବଣ ଯୁଦ୍ଧ ସମ୍ପର୍ଣ୍ଣ ହୋଇଥିଲା।ଶେଷରେ ଶ୍ରୀରାମଙ୍କ ବାଣରେ ତ୍ରିଭୂବନ ବିଜୟୀ ରାବଣ ଧରାଶାୟୀ ହୋଇଥିଲେ। ଏହାପରେ ଶୀତଳ ଭୋଗ ବଢି ଚାଲନ୍ତି ବିଗ୍ରହ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ।

ପରମ୍ପରା ଅନୁଯାୟୀ ରାବଣ ବନ୍ଧେଇ ଥିବା ସେବକ ସମ୍ପୂର୍ଣ୍ଣ ଉପବାସ ରହି ନିଷ୍ଠାର ସହିତ ଏହି ସେବକାର୍ଯ୍ୟ ନିର୍ବାହ କରିଥାନ୍ତି। ଏହାସହ ବିଶ୍ୱର ଏକମାତ୍ର ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ସାହିଯାତର ଯବନିକା ପଡିଥାଏ। ପରବର୍ତ୍ତୀ ଗୌରବାଡ଼ ସାହି ତରଫରୁ ଆସନ୍ତା ୧୫ ତାରିଖ ଦିନ ରାମଭିଷେକ ନୀତି ଅନୁଷ୍ଠିତ ହେବ।