ବଢିଲା ତାତି, ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର, ଦ୍ୱିତୀୟରେ ବାରିପଦା | News Room Odisha

ବଢିଲା ତାତି, ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର, ଦ୍ୱିତୀୟରେ ବାରିପଦା

ଭୁବନେଶ୍ୱର – ରାଜ୍ୟରେ ତାତି ବଢିବା ସହ ଆଜି ଝାରସୁଗୁଡ଼ା ଉତ୍ତପ୍ତ ସହର ହୋଇଛି। ଆଜି ଝାରସୁଗୁଡ଼ାରେ ଚଳିତ ଗ୍ରୀଷ୍ମର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ଥିଲା ୪୦ ଦଶମିକ ୪ ଡିଗ୍ରୀ ସେଲସିୟସ । ୪୦ ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ବା ଅଧିକ ରହିଥିଲା । ଭୁବନେଶ୍ୱର, ଚାନ୍ଦବାଲି, ଅନୁଗୁଳ ଓ ସମ୍ବଲପୁରରେ ଦିନ ତାପମାତ୍ରା ୩୯. ୭ ଡିଗ୍ରୀ ସେଲସିୟସ ଥିବା ବେଳେ ବୈ।ଦ୍ଧ ଓ ମାଲକାନଗିରିରେ ୩୯ ଦଶମିକ ୫, ଟିଟିଲାଗଡ଼ରେ ୩୯, ସୋନପୁରରେ ୩୯ ଦଶମିକ ୨ , କଟକରେ ୩୯ ଦଶମିକ ୧, ସୁନ୍ଦରଗଡ଼ ଓ ଜଗତସିଂହପୁରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରହିଛି।