ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ  | News Room Odisha

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ 

ଢେଙ୍କାନାଳ – ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ। ଜଣେ ଶିକ୍ଷକଙ୍କଠାରୁ ବିଇଓ ଶାନ୍ତନୁ ମଲ୍ଲିକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ

ଶିକ୍ଷାଧିକାରୀଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସ୍ଥିତ ବିଇଓଙ୍କ ଘର, ହିନ୍ଦୋଳ କାର୍ଯ୍ୟାଳୟ ଓ ଖଜୁରିଆପଡା ଭଡ଼ା ଘରେ ଚଢ଼ାଉ ହୋଇଛି। ସଂପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବଢ଼ାଇବା ପାଇଁ ବିଇଓ ଶାନ୍ତନୁ ମଲ୍ଲିକ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା।

ବିଇଓଙ୍କ ପାଖରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଛି।