ରାଜ୍ୟରେ ୧୪୧ ନୂଆ କୋରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୭୩୧କୁ ବୃଦ୍ଧି | News Room Odisha

ରାଜ୍ୟରେ ୧୪୧ ନୂଆ କୋରୋନା ପଜିଟିଭ ଚିହ୍ନଟ, ସକ୍ରିୟ ମାମଲା ୭୩୧କୁ ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୧ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ପୁଣି ଥରେ ସଂକ୍ରମଣ ଦେଖାଦେଲା ପରେ ରାଜ୍ୟରେ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ସକ୍ରିୟ ମାମଲା ୭୩୧କୁ ବୃଦ୍ଧି ପାଇଛି। ମାତ୍ର ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ,

ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ ରହିଛି। ବର୍ତ୍ତମାନ ରାଜ୍ୟର ୧୬ଟି ଜିଲ୍ଲାରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଲହର ଆସିଲେ ସଂକ୍ରମଣ ସଂଖ୍ୟା ବଢ଼ିବ । ଯେଉଁଠି ସଂକ୍ରମଣ ବଢୁଥିଲା, ବର୍ତ୍ତମାନ ସେଠାରେ ତାହା କମିଲାଣି । ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିଲା ବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।