ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପାଇଁ ଆଡଭାଇଜରି ଜାରି କଲେ ଏସଆରସି | News Room Odisha

ପ୍ରବଳ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପାଇଁ ଆଡଭାଇଜରି ଜାରି କଲେ ଏସଆରସି

ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ହିଟୱେଭ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର-ଏସଆରସି ବିଭିନ୍ନ ଜିଲ୍ଲାକୁ ଆଡଭାଇଜରି ଜାରି କରିଛନ୍ତି। ଅନୁଗୁଳ, ବାଲେଶ୍ଵର, ବୈ।ଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଆଡଭାଇଜରି ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଜିଲ୍ଲା ପ୍ରଶାସନ ଗୁଡିକୁ କୁହାଯାଇଛି । ଶିଶୁ, ବୟସ୍କ ବ୍ୟକ୍ତି ଓ ଅସୁସ୍ଥ ଲୋକମାନଙ୍କୁ ହିଟୱେଭରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିନ ୧୧ଟାରୁ ସାଢେ ୩ଟା ମଧ୍ୟରେ ଘରୁ ବାହାରୁଥିଲେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।