୬ ଚୋରି ବାଇକ୍ ଉଦ୍ଧାର, ୩ ଗିରଫ | News Room Odisha

୬ ଚୋରି ବାଇକ୍ ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ.ନୂଆଗାଁ ଥାନା ଓ ଜରଡା ଥାନାର ୩ଟି ଲେଖାଏଁ ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୬ଟି ଚୋରି ବାଇକ୍ ଉଦ୍ଧାର କରାଯାଇଛି। ଗିରଫ ୩ ଯୁବକ ହେଲେ ରାମଚନ୍ଦ୍ରପୁରର ଶଙ୍କର ସେଠି, ବଡପଲଙ୍କ ଗ୍ରାମର ଆର.ପ୍ରବୀଣ ରେଡ୍ଡୀ ଓ ଏନ୍.ଶିବଶଙ୍କର ରେଡ୍ଡୀ। ଏସବୁ ବାଇକ୍ ଚିକିଟି ଓ ପାତ୍ରପୁର ଅଞ୍ଚଳରୁ ଚୋରି ହୋଇଥିଲା। ଅଭିଯୁକ୍ତ ମାନଙ୍କୁ ପାତ୍ରପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିବୃତିରେ ଉଲ୍ଲେଖ କରାଯାଇଛି। ଏହି ବାଇକ୍ ଚୋରି ଗ୍ୟାଙ୍ଗ ବାବଦରେ ଅଧିକ ତଦନ୍ତ ଚାଲିଥିବା ଏସପି ଡାଃ. ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି।