୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ବାରିପଦା ଉତ୍ତପ୍ତ ସହର | News Room Odisha

୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ବାରିପଦା ଉତ୍ତପ୍ତ ସହର

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଓଡ଼ିଶା । ଲଗାତର ଦ୍ଵିତୀୟ ଦିନ ଧରି ପ୍ରବଳ ଖରା ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୪୧.୬ ଡିଗ୍ରୀ ସେଲସିୟସ ସହ ବାରିପଦା ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ାରେ ୪୧.୨, ସମ୍ବଲପୁରରେ ୪୦.୮, ଭୁବନେଶ୍ୱରରେ ୪୦.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବୌଦ୍ଧ ଓ ଟିଟିଲାଗଡ଼ରେ ୪୦.୫, ଅନୁଗୁଳ ସମେତ କଟକ ଏବଂ ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।