ପୁତ୍ର ନଥିଲେ ପିତା ମାତାଙ୍କର ଶ୍ରାଦ୍ଧ କିଏ ଦେବେ ? ଦଶାହ କର୍ମ କିଏ କରିବେ ? | News Room Odisha

ପୁତ୍ର ନଥିଲେ ପିତା ମାତାଙ୍କର ଶ୍ରାଦ୍ଧ କିଏ ଦେବେ ? ଦଶାହ କର୍ମ କିଏ କରିବେ ?

ଆଜି ଆମେ ଆପଣଙ୍କୁ ଯେଉଁ ମାନେ ନିସନ୍ତାନ ବା ଯେଉଁ ମାନଙ୍କର କନ୍ୟା ସନ୍ତାନ ଅଛନ୍ତି ସେମାନେ କିପରି ପିଣ୍ଡ ଦାନ କରିବେ ସେହି ବିଷୟରେଗରୁଡ଼ ପୁରାଣ ରେ କଣ ରହିଛି ତାହା ଆମେ କହିବାକୁ ଯାଉଛୁ ।

ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ପାଇଁ କିଏ କ୍ରିୟା ଧରିବ ଆଉ ୧୫ ଦିନ ଯାଏଁ ଯେଉଁ ନିୟମ ରହିଛି ତାହା କିଏ କରିବ ସେହି ବିଷୟରେ କହିବାକୁ ଯାଉଛୁ । ଗରୁଡ ପୁରାଣ ଅନୁଯାୟୀ ପିତାଙ୍କର ପିଣ୍ଡ ପୁତ୍ର ଦାନ କରିବେ । ଯଦି କାହାର ପୁତ୍ର ନାହାନ୍ତି ବା ପିତାଙ୍କ ପୂର୍ବରୁ ପୁତ୍ରର ଦେହାନ୍ତ ହୋଇ ଯାଇଛି ସେମିତି କ୍ଷେତ୍ରରେ ପୁଅର ମୃତ୍ୟୁ ବା ଯେଉଁ ମାନଙ୍କର ପୁତ୍ର ସନ୍ତାନ ମୂଳରୁ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ବା ସ୍ଵାମୀ କର୍ମ କରିବା ସହ ପିଣ୍ଡ ଦାନ କରିବେ । ନିଜର ଯଦି ସାନ ଭାଇ ଅଛି ଆଉ ବଡ ଭାଇଙ୍କର ମୃତ୍ୟୁ ହୋଇଛି ତେବେ ସାନ ଭାଇ କ୍ରିୟା ଧରିପାରିବେ । କିନ୍ତୁ ସାନ ଭାଇର ମୃତ୍ୟୁ ହେଲେ ବଡ ଭାଇ କ୍ରିୟା ଧରିପାରିବେ ନାହି। ସାନମାନଙ୍କ ପାଇଁ ବଡମାନେ କ୍ରିୟା ଧରିପାରିବେ ନାହିଁ ।

ଯଦି ସାନ ଭାଇ ନଥାନ୍ତି ତେବେ ସାନ ଭାଇଙ୍କ ପୁଅ ବା ପୁତୁରା ପିଣ୍ଡ ଦାନ କରିବା ସହ ଦଶାହ କର୍ମ କରିପାରିବେ । ଯଦି ୪-୫ ଜଣକ ଭାଇଙ୍କର ଗୋଟେ ପୁଅ ଅଛନ୍ତି ତେବେ ସେହି ପୁଅ ସମସ୍ତ ଙ୍କର ପିଣ୍ଡ ଦାନ କାମ କରିବ । ଜଣେ ପୁରୁଷଙ୍କର ୩-୪ଟି ସ୍ତ୍ରୀ ଥାଇ ଗୋଟେ ପୁତ୍ର ସନ୍ତାନ ଥିଲେ ସେହି ପୁଅ ପିତା ଓ ସବୁ ମା ମାନଙ୍କର ଦଶାହ କର୍ମ ଓ ପିଣ୍ଡ ଦାନ କରିପାରିବେ ।

ଯଦି କେହି ବ୍ୟକ୍ତିଙ୍କର କେହି ନାହାନ୍ତି ତେବେ ଘନିଷ୍ଠ ବନ୍ଧୁ ଦଶାହ କରିବା ସହ ଶ୍ରାଦ୍ଧ ଦେଇ ପାରିବେ । ମୃତ ବ୍ୟକ୍ତିଙ୍କର କେବେ ବି ଶ୍ରାଦ୍ଧ ଦିଆଯିବା ବନ୍ଦ କରାଯାଇ ପାରିବ ନାହିଁ । ବର୍ଷକ ପରେ ଯେମିତି ବି ହେଉ ଭୋଜ୍ୟ ଟେକାଯିବା ଯାହା ଆମ ଶାସ୍ତ୍ରରେ ଲେଖାଅଛି । ଯେଉଁ ମାନଙ୍କର ପରିବାର କହିଲେ କେହି ନାହାନ୍ତି ସେମାନଙ୍କ କ୍ଷେତ୍ରରେ କୁଳ ପୁରୋହିତ ସବୁ ଶ୍ରାଦ୍ଧ ଓ ଦଶାହ କର୍ମ କରିପାରିବେ ।

ସେଥିପାଇଁ କୁଳ ପୁରୋହିତଙ୍କୁ ମାନ୍ୟତା ଦିଆଯାଇଛି । ଯେଉଁ ମାନଙ୍କ ଘରେ ଭାଇ ଭାଇ ମଧ୍ୟରେ ବିବାଦ ଲାଗି ରହିଥାଏ ସେମାନେ ପିଣ୍ଡ ଦେବା ସମୟରେ ଏକାଠି ହୋଇ ଶ୍ରାଦ୍ଧ ଦେବା ଉଚିତ । କାରଣ ଏପରି କରିଲେ ପିତୃ ପୁରୁଷ ପିଣ୍ଡ ପାଇପାରିବେ । ତେଣୁ ଭିନ୍ନ ହେଲେ ବି ଏକତ୍ର ହୋଇ ପିଣ୍ଡ ଦାନ କରିବା ଉଚିତ । ନିଜ ଘରେ ଅଲଗା ଅଲଗା ପିଣ୍ଡ ଦାନ କରିବା ଅନୁଚିତ ।

ପ୍ରଥମାଷ୍ଟମୀରେ ବଡ ସନ୍ତାନଙ୍କୁ ପୂଜା କରାଯାଏ କାରଣ ସେମାନେ ମୃତ ବ୍ୟକ୍ତିଙ୍କର ସବୁ ଦଶାହ କର୍ମ ବା ଶ୍ରାଦ୍ଧ କରିବେ । କାରଣ ଘରର ବଡ ସନ୍ତାନଙ୍କର ସବୁ ଦାୟିତ୍ଵ ହୋଇଥାଏ । ପିତା କେବେ ପୁଅର ଶ୍ରାଦ୍ଧ ବା ପିଣ୍ଡଦାନ କରିବେ ନାହି । ଏପରି ହେଲେ ପିତାଙ୍କର ନର୍କ ଗତି ହେବ ।