ଏ ବର୍ଷ ବିଦ୍ୟୁତ କାଟ ହେବ ନାହିଁ : ଶକ୍ତି ମନ୍ତ୍ରୀ | News Room Odisha

ଏ ବର୍ଷ ବିଦ୍ୟୁତ କାଟ ହେବ ନାହିଁ : ଶକ୍ତି ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଚଳିତ ବର୍ଷ ଆଦୌ ବିଦ୍ୟୁତ୍‌‌ କାଟ ହେବ ନାହିଁ। ମନ୍ତ୍ରୀ କହିଛନ୍ତି ଯେ ‘ରାଜ୍ୟରେ ଏବର୍ଷ ବିଦ୍ୟୁତ୍‌‌ କାଟ ହୋଇନି କି ହେବାର ସମ୍ଭାବନା ମଧ୍ୟ ନାହିଁ। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‌‌ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶକ୍ତି ମନ୍ତ୍ରୀ । କେଉଁଠି ଯାନ୍ତ୍ରିକ ତ୍ରୁଟି କିମ୍ବା କାଳବୈଶାଖୀ ପାଇଁ ବିଦ୍ୟୁତ୍‌‌ କାଟ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।