ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ | News Room Odisha

ସମ୍ବଲପୁର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ଭୁବନେଶ୍ୱର – ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ ଘଟଣା ପରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ଏହି ପଦକ୍ଷେପ ନିଆଯାଇଛି।

ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଗତକାଲିଠୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ରହିଛି।