କୋଲାବ ଜଳଭଣ୍ଡାରରେ ବୁଡିଲା ଦେଶୀ ଡଙ୍ଗା, ୪ ଜଣଙ୍କ ମୃତ୍ୟୁ ଆଶଙ୍କା, ଆଉ ୪ ଉଦ୍ଧାର  | News Room Odisha

କୋଲାବ ଜଳଭଣ୍ଡାରରେ ବୁଡିଲା ଦେଶୀ ଡଙ୍ଗା, ୪ ଜଣଙ୍କ ମୃତ୍ୟୁ ଆଶଙ୍କା, ଆଉ ୪ ଉଦ୍ଧାର 

କୋରାପୁଟ – କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଳକର ପୋଡାଗଡ ଘାଟ ନିକଟ କୋଲାବ ଜଳଭଣ୍ଡାରରେ ଡଙ୍ଗା ବୁଡିଯିବାରୁ ୪ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଆଉ ଚାରିଜଣଙ୍କୁ ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି । ଭାରସାମ୍ୟ ହରାଇ ଦେଶୀ ଡଙ୍ଗାଟି ଓଲଟି ପଡିଥିବା କୁହାଯାଉଛି ।ଡଙ୍ଗାରେ ମୋଟ ୮ ଜଣ ଥିଲେ। ସେମାନେ ମୁଖିଗୁଡ଼ାରୁ ତେନ୍ତୁଳିପଦର ଆସୁଥିଲେ।