୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ବାରିପଦା ଆଜି ରାଜ୍ୟର ଉତ୍ତପ୍ତ ସହର , ୮ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ବା ଅଧିକ ରେକର୍ଡ | News Room Odisha

୪୩ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ବାରିପଦା ଆଜି ରାଜ୍ୟର ଉତ୍ତପ୍ତ ସହର , ୮ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ବା ଅଧିକ ରେକର୍ଡ

ଭୁବନେଶ୍ୱର – ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ଏଥର ପ୍ରଥମ ଥର ପାଇଁ କୈାଣସି ସହରର ଦିନ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ୪୩ ଦଶମିକ ୫ ଡିଗ୍ରୀ ସହ ବାରିପଦା ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ୮ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ରାଜ୍ୟର ୨୫ଟି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୨ ଦଶମିକ ୫ ଡିଗ୍ରୀ ସହ ଅନୁଗୁଳ ଦ୍ୱିତୀୟ ଉତ୍ତପ୍ତ ସହର ହୋଇଛି। ଆଜି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ ।