କୋଣାର୍କ ଏକ୍ସପ୍ରେସରୁ ମିଳିଲା ବିସ୍ଫୋରକ ସାମଗ୍ରୀ  | News Room Odisha

କୋଣାର୍କ ଏକ୍ସପ୍ରେସରୁ ମିଳିଲା ବିସ୍ଫୋରକ ସାମଗ୍ରୀ 

ଭୁବନେଶ୍ୱର – କୋଣାର୍କ ଏକ୍ସପ୍ରେସରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା ସୂଚନା ମିଳିଛି। ଭୁବନେଶ୍ୱର ଷ୍ଟେସନରେ ଟ୍ରେନର ସାଧାରଣ ବଗିରେ ବିସ୍ଫୋରକ ସାମଗ୍ରୀ ମିଳିଛି । ବଗିରେ ଧୂଆଁ ବାହାରୁଥିବା ଦେଖି ସଫେଇ କର୍ମଚାରୀ ବିସ୍ଫୋରକ ସାମଗ୍ରୀ ଠାବ କରିଥିଲେ। ୮ଟି ରେଡ୍‌ ପାରାଚ୍ୟୁଟ ସିଗନାଲ, ୧୫ ରକେଟ ପାରାଚ୍ୟୁଟ ଫ୍ଲାୟର , ଗୋଟିଏ ପାଥ୍ ଫାଇଣ୍ଡର ସର୍ଟ ମଧ୍ୟ ଠାବ ହୋଇଛି । ଏସବୁ ସାମଗ୍ରୀ ଜାହାଜରେ ସିଗନାଲ୍‌ ଜାଣିବାକୁ ବ୍ୟବହାର କରାଯାଏ ବୋଲି ଜଣାପଡିଛି। ବିସ୍ଫୋରକ ସାମଗ୍ରୀ ଠାବ ହେଲା ପରେ ରେଲୱେ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ବୋମା ନିଷ୍କ୍ରିୟକାରୀ ଦଳ ଏହାର ଯାଞ୍ଚ କରିବେ ।