ଜୟପୁରରେ ୧୪୪ ଧାରା ପ୍ରତ୍ୟାହାର, ଅନଧିକୃତ ରାଲି, ଶୋଭାଯାତ୍ରା ଉପରେ କଟକଣା | News Room Odisha

ଜୟପୁରରେ ୧୪୪ ଧାରା ପ୍ରତ୍ୟାହାର, ଅନଧିକୃତ ରାଲି, ଶୋଭାଯାତ୍ରା ଉପରେ କଟକଣା

ଜୟପୁର – ହନୁମାନ ଜୟନ୍ତୀ ଉତ୍ସବ ପାଳନ ଦୃଷ୍ଟିରୁ କୋରାପୁଟ ଜିଲ୍ଲା ଜୟପୁର ସବଡିଭିଜନରେ ଜାରି ୧୪୪ ଧାରା ପ୍ରତ୍ୟାହାର କରାଯାଇଛି । ଏ ନେଇ ଜାରି ହୋଇଥିବା ପୂର୍ବ ଆଦେଶ ସଂଶୋଧିତ ହୋଇଛି । ତେବେ ଅନଧିକୃତ ରାଲି, ଶୋଭାଯାତ୍ରା ଓ ସଭାସମିତି ଉପରେ କଟକଣା ଜାରି ରହିବ ।

ଆଜିଠୁ ଏପ୍ରିଲ ୨୦ ଯାଏ କଟକଣା ଲାଗୁ କରିଛି ପ୍ରଶାସନ। ଜୟପୁର ସବ୍‌ଡିଭିଜନର ସବୁ ଥାନା ଅଞ୍ଚଳରେ ଏହି ନିୟମ ଲାଗୁ ହେବ ।