ଆସନ୍ତା ୧୫ରୁ ଜୁନ ୧୪ ଯାଏଁ ବଙ୍ଗୋପ ସାଗରରେ ଯାନ୍ତ୍ରିକ ମାଛମରା ମନା | News Room Odisha

ଆସନ୍ତା ୧୫ରୁ ଜୁନ ୧୪ ଯାଏଁ ବଙ୍ଗୋପ ସାଗରରେ ଯାନ୍ତ୍ରିକ ମାଛମରା ମନା

ଭୁବନେଶ୍ବର – ଆସନ୍ତା ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ବଙ୍ଗୋପ ସାଗରରେ ଯାନ୍ତ୍ରିକ ମାଛମରା ଉପରେ କଟକଣା ଜାରି କରାଯାଇଛି । ମୋଟ ୬୧ ଦିନ କଟକଣା ବଳବତ୍ତର ରହିବ । ବର୍ତ୍ତମାନ ମାଛ ପ୍ରଜନନ ସମୟ ଆସିଯାଇଥିବାରୁ ଏହି କଟକଣା ଜାରି କରାଯାଇଥିବା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । କଟକଣା ଉଲ୍ଲଂଘନ କରି ମାଛ ମାରିଲେ ସଂପୃକ୍ତ ମତ୍ସ୍ୟଜୀବିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶାଳୟ କହିଛି ।