କଡ଼ା ସୁରକ୍ଷା ମଧ୍ୟରେ ସମ୍ବଲପୁରରେ ବାହାରିଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା  | News Room Odisha

କଡ଼ା ସୁରକ୍ଷା ମଧ୍ୟରେ ସମ୍ବଲପୁରରେ ବାହାରିଲା ହନୁମାନ ଜୟନ୍ତୀ ଶୋଭାଯାତ୍ରା 

ସମ୍ବଲପୁର – କଡ଼ା ସୁରକ୍ଷା ମଧ୍ୟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଛି । ସନ୍ଧ୍ୟା ପ୍ରାୟ ୬ଟାରେ ଶୋାଭାଯାତ୍ରା ଧନକଉଡ଼ାଠାରୁ ବାହାରିଥିଲା । ଏଥିରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ଉପସ୍ଥିତିରେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ପୂର୍ବରୁ ଡ୍ରୋନ୍‌ ଉଡ଼ିଛି। ଗତ ବୁଧବାର ସନ୍ଧ୍ୟାରେ ଏକ ସଂଗଠନ ପକ୍ଷରୁ ଆୟୋଜିତ ରାଲି ଉପରକୁ ପଥରମାଡ଼ ଘଟଣା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଆଜି ରାଲି ସ୍ଥାନର ଆକାଶରେ ଡ୍ରୋନ ଉଡିଛି। ଏଣେ ବୁଧବାର ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ପୋଲିସ ୩୨ ଜଣଙ୍କୁ ଗିରଫ କରିଛି ।