ରାଜ୍ୟରେ ୨୦୪ ନୂଆ କୋରୋନା ପଜିଟିଭ ଚିହ୍ନଟ  | News Room Odisha

ରାଜ୍ୟରେ ୨୦୪ ନୂଆ କୋରୋନା ପଜିଟିଭ ଚିହ୍ନଟ 

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣିଥରେ ୨୦୦ ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୪ ନୂଆ ପଜିଟିଭ । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୯୫କୁ ବୃଦ୍ଧି ପାଇଛି । ଏଣେ ୯୫ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଗତ କିଛି ଦିନ ହେବ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦେଶର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଉପରମୁହାଁ ରହିଛି। ଆଜି ଦେଶରେ ୧୦ ହଜାର ୭୫୩ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ଏବେ ସକ୍ରିୟ ମାମଲା ୫୩ ହଜାରରୁ ଅଧିକ ରହିଛି ।