ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍ | News Room Odisha

ସମ୍ବଲପୁର ଜିଲ୍ଲାର ସମସ୍ତ ସୀମା ସିଲ୍

ସମ୍ବଲପୁର – ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ଘଟିଥିବା ହିଂସାକାଣ୍ଡରୁ ସୃଷ୍ଟି ପରିସ୍ଥିତିର ମୁକାବିଲା ପାଇଁ ଆଉ ଏକ ପଦକ୍ଷେପ ନେଇଛି ପ୍ରଶାସନ। ସମ୍ବଲପୁର ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରିଦିଆଯାଇଛି। ଏନେଇ ଏସପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ସମ୍ବଲପୁର ସ୍ଥିତି ନେଇ ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ଅପ୍ରୀତିକର ସ୍ଥିତି ପାଇଁ ଅଧିକ ଫୋର୍ସ ପଠାଯାଇଛି । ଏଥିସହ ସମ୍ବଲପୁରରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ବର୍ତ୍ତମାନ ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପୁଣି ଅଶାନ୍ତି ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗତରାତି ୧୨ଟାରୁ ସମ୍ବଲପୁରର ସହରର ୬ଟି ଥାନା କ୍ଷେତ୍ରରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କର୍ଫ୍ୟୁ ଜାରି କରାଯାଇଛି। ଏହାଛଡା ସମ୍ବଲପୁର ଜିଲ୍ଲାରେ ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ ।