ଲଗାତର ଷଷ୍ଠ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର | News Room Odisha

ଲଗାତର ଷଷ୍ଠ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର – ଲଗାତର ଷଷ୍ଠ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଅସହ୍ୟ ତାତି । ମୁଣ୍ଡ ଫଟା ଖରାରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି। ଆଜି ଦିନ ସାଢେ ୧୧ଟା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସ୍ଥାନ ଥିଲା । ଏଠାରେ ତାପମାତ୍ରା ଥିଲା ୩୯ ଦଶମିକ ୨ ଡିଗ୍ରୀ ସେଲସିୟସ । ୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଆଜିବି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ଦିନ ୧୧ଟା ୩୦ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା

ଝାରସୁଗୁଡା : ୩୯.୨ ଡିଗ୍ରୀ ସେଲସିୟସ
ଭୁବନେଶ୍ୱର :୩୯.୦
କେନ୍ଦୁଝର : ୩୯.୦
ସମ୍ବଲପୁର : ୩୮.୨
ଚାନ୍ଦବାଲି : ୩୭.୬
ବାଲେଶ୍ୱର : ୩୬.୮
ହୀରାକୁଦ : ୩୬.୪
ଗୋପାଳପୁର : ୩୫.୦
ପୁରୀ: ୩୩.୪
ପାରାଦୀପ: ୩୨.୪ ଡିଗ୍ରୀ ସେଲସିୟସ