ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଅପେକ୍ଷାକୃତ ହ୍ରାସ, ବୌଦ୍ଧ ସବୁଠୁ ଉତ୍ତପ୍ତ  | News Room Odisha

ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଅପେକ୍ଷାକୃତ ହ୍ରାସ, ବୌଦ୍ଧ ସବୁଠୁ ଉତ୍ତପ୍ତ 

ଭୁବନେଶ୍ୱର – ଆଜି ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ଅପେକ୍ଷାକୃତ ହ୍ରାସ ପାଇଛି । ଆଜି ବୌଦ୍ଧ ରାଜ୍ୟର ଉତ୍ତପ୍ତ ସ୍ଥାନ ପାଲଟିଛି । ଏଠାରେ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ ଥିଲା । ଝାରସୁଗୁଡ଼ା ଦ୍ୱିତୀୟ ଉତ୍ତପ୍ତ ସ୍ଥାନ ହୋଇଛି । ଏଠାରେ ତାପମାତ୍ରା ୪୨ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି। ଭୁବନେଶ୍ୱର ଓ ବଲାଙ୍ଗୀରରେ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ଥିଲା ।