୧୭ରୁ ପୁଣି ଖୋଲିବ ସ୍କୁଲ, ପାଠପଢା ସମୟରେ ପରିବର୍ତ୍ତନ | News Room Odisha

୧୭ରୁ ପୁଣି ଖୋଲିବ ସ୍କୁଲ, ପାଠପଢା ସମୟରେ ପରିବର୍ତ୍ତନ

ଭୁବନେଶ୍ୱର – ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ ତାରିଖରୁ ବନ୍ଦ ରହିଥିବା ସ୍କୁଲ ଆସନ୍ତା ୧୭ ତାରିଖରୁ ପୁଣି ଖୋଲିବ । କିନ୍ତୁ ସକାଳୁଆ ପାଠପଢ଼ା ସମୟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଓ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀରେ ପାଠପଢା ସକାଳ ସାଢେ ୬ରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ। ସ୍ଥଳ ବିଶେଷରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲଗୁଡିକରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ । ଖରା ଦୃଷ୍ଟିରୁ ସ୍କୁଲଗୁଡିକରେ ପାନୀୟ ଜଳ, ଓଆରଏସ ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।