୨୪ ଘଣ୍ଟାରେ ରାଜ୍ୟରେ ୩୦୮ ନୂଆ କୋରୋନା ପଜିଟିଭ ଚିହ୍ନଟ | News Room Odisha

୨୪ ଘଣ୍ଟାରେ ରାଜ୍ୟରେ ୩୦୮ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କୋରୋନାର ନୂଆ ପର୍ଯ୍ୟାୟରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଚଳିତ ଥର ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୦୮ ନୂଆ କୋରୋନା ପଜିଟିଭ। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୧ ହଜାର ୫୦୫କୁ ବୃଦ୍ଧି ପାଇଛି। ଏଣେ କୋଭିଡରେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ୭୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ଅନ୍ୟାନ୍ୟ ରୋଗରେ ବି ପୀଡ଼ିତ ଥିଲେ । ଏଥର ତିନି ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏପ୍ରିଲ ଆରମ୍ଭରୁ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।