ସମ୍ବଲପୁର ହିଂସାରେ ମୋଟ ୭୯ ଜଣ ଗିରଫ, ଆଗକୁ ଗିରଫଦାରୀ ବଢିବା ନେଇ ଏସପିଙ୍କ ସୂଚନା  | News Room Odisha

ସମ୍ବଲପୁର ହିଂସାରେ ମୋଟ ୭୯ ଜଣ ଗିରଫ, ଆଗକୁ ଗିରଫଦାରୀ ବଢିବା ନେଇ ଏସପିଙ୍କ ସୂଚନା 

ସମ୍ବଲପୁର – ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ବେଳେ ୧୨ ଓ ୧୪ ତାରିଖର ହିଂସାରେ ସଂପୃକ୍ତି ପାଇଁ ୭୯ ଜଣଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଏସପି ବି. ଗଙ୍ଗାଧରଙ୍କ ସୂଚନା ଅନୁସାରେ ଏପ୍ରିଲ ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ୧୪ ତାରିଖ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସା ଘଟଣାରେ ୫୩ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମେ ୨୩ ଓ ଗତକାଲି ୩୦ ଜଣଙ୍କୁ ଗିରଫ କରାଯାଇଛି।

ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ସମ୍ବଲପୁର ଏସପି କହିଛନ୍ତି। ୧୨ ତାରିଖରେ ଏକ କୋଠାରୁ ଟେକାମାଡ଼ କରାଯାଇଥିବା ନେଇ ଏସ୍‌ପି କହିଛନ୍ତି ଯେ, ସରକାରୀ ଜମିରେକୋଠାଟି ନିର୍ମାଣ ହୋଇଥିଲେ, ତାହା ଭଙ୍ଗାଯିବ ବୋଲି ଏସପି କହିଛନ୍ତି। ଘଟଣାଟି ପୂର୍ବ ଯୋଜନା ଭଳି ଲାଗୁଛି ବୋଲି ଏସପି କହିଛନ୍ତି । ଏଥିସହ ଆଗକୁ ଗିରଫଦାରୀ ବଢ଼ିବ ବୋଲି ଏସପି କହିଛନ୍ତି ।