ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର | News Room Odisha

ଆଜି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ଆଜିଠୁ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଆଜି କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ଗତ ୬ ଦିନ ଧରି ପ୍ରଖର ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ମିଳିବ । ଏଣେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଦିନ ୧୧ଟା ସୁଦ୍ଧା ଏଠାରେ ତାପମାତ୍ରା ଥିଲା ୩୯ ଦଶମିକ ୬ ଡିଗ୍ରୀ ସେଲସିୟସ।

ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ନିମ୍ନରେ ଦିଆଗଲା।

ଝାରସୁଗୁଡା : ୩୯.୬ ଡିଗ୍ରୀ ସେଲସିୟସ
ବାଲେଶ୍ୱର: ୩୮ ଡିଗ୍ରୀ
ଭୁବନେଶ୍ୱର: ୩୮
ସମ୍ବଲପୁର : ୩୭ .୨
ଗୋପାଳପୁର: ୩୭
ଚାନ୍ଦବାଲି: ୩୬.୬
ପୁରୀ: ୩୬.୨
କେନ୍ଦୁଝର: ୩୬.୨
ହୀରାକୁଦ: ୩୫ .୬
ପାରାଦ୍ୱୀପ: ୩୩