ସମ୍ବଲପୁର ସ୍ଥିତିରେ ଉନ୍ନତି ଆସୁଛି : ଡିଜିପି | News Room Odisha

ସମ୍ବଲପୁର ସ୍ଥିତିରେ ଉନ୍ନତି ଆସୁଛି : ଡିଜିପି

ସମ୍ବଲପୁର – ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରିଛନ୍ତି ଡିଜିପି ସୁନୀଲ ବଂଶଲ । ଏପ୍ରିଲ ୧୪ ତାରିଖ ଅପ୍ରୀତିକର ଘଟଣା ପରଠାରୁ କର୍ଫ୍ୟୁ ବଳବତ୍ତର ରହିଛି । ଗତକାଲି ଅପେକ୍ଷା ଆଜି ଅଧିକ ସମୟ କଟକଣା କୋହଳ ହୋଇଥିଲା ବୋଲି ଡିଜିପି କହିଛନ୍ତି ।

ଶାନ୍ତିଶୃଙ୍ଖଳାରେ ଉନ୍ନତି ଆସୁଛି । ସ୍ଥିତି ସ୍ୱାଭାବିକ ହୋଇଯିବା ସେ ଆଶା କରୁଛନ୍ତି ବୋଲି କହିଛନ୍ତି ଡିଜିପି। ସ୍ଥିତିରେ ଉନ୍ନତି ଆସିଲେ ଦିନେ ଦୁଇଦିନରେ କର୍ଫ୍ୟୁ ସମ୍ପୂର୍ଣ୍ଣ ଉଠିଯିବ । ଆଜି ରବିବାର ପରୀକ୍ଷା ପାଇଁ କଟକଣା ଅଧିକ କୋହଳ କରାଯାଇଛି । ଯେଉଁ ଲୋକ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି । ଅନେକ ଲୋକଙ୍କୁ ଗଣ୍ଡଗୋଳରେ ସମ୍ପୃକ୍ତି ପାଇଁ ଗିରଫ କରାଯାଇଛି‌ ବୋଲି ଡିଜିପି କହିବା ସହ କାହା ପ୍ରତି କୋହଳ ମନୋଭାବ ପୋଷଣ କରାଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ସାଧାରଣ ଲୋକେ ପୋଲିସକୁ ସହଯୋଗ କରିବା ପାଇଁ ସେ ଅପିଲ କରିଛନ୍ତି।