କାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ରୁ ୧୦ ପାଠପଢା | News Room Odisha

କାଲିଠାରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ରୁ ୧୦ ପାଠପଢା

ଭୁବନେଶ୍ୱର – ଆସନ୍ତାକାଲିଠାରୁ (ଏପ୍ରିଲ ୧୭)ରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ପୁଣି ଖୋଲିବ । ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ପାଠପଢା ଚାଲିବ। ଜିଲ୍ଲାପାଳମାନେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଏବଂ ଆବଶ୍ୟକ ପଡିଲେ ଛୁଟି ଘୋଷଣା କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡିକରେ ପାନୀୟଜଳ ଓ ଅନ୍ଯାନ୍ଯ ବ୍ଯବସ୍ଥା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଗତ ୧୨ ତାରିଖରେ ସବୁ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ୧୬ ଯାଏଁ ଛୁଟି ଘୋଷଣା କରାଯାଇଥିଲା। ଆସନ୍ତାକାଲି ସ୍କୁଲ ମଧ୍ୟ ପୁଣି ଖୋଲିବ। କିନ୍ତୁ ପାଠପଢା ସମୟ ପରିବର୍ତ୍ତନ କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠପଢା ସକାଳ ସାଢେ ୬ରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ ।