ସମ୍ବଲପୁରରେ ଆଜିଠୁ କର୍ଫ୍ୟୁ କୋହଳ ଅବଧି ବଢ଼ିଲା | News Room Odisha

ସମ୍ବଲପୁରରେ ଆଜିଠୁ କର୍ଫ୍ୟୁ କୋହଳ ଅବଧି ବଢ଼ିଲା

ସମ୍ବଲପୁର – ସ୍ଥିତିରେ ଉନ୍ନତି ଆସିଥିବାରୁ ସମ୍ବଲପୁରରେ କର୍ଫ୍ୟୁ କୋହଳ ଅବଧି ବୃଦ୍ଧି କରାଯାଇଛି । ଆଜିଠୁ ଅଧିକ ସମୟ ପାଇଁ କର୍ଫ୍ୟୁ କୋହଳ ହେବ । ସକାଳ ୭ଟା ୩୦ରୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ଏ ସଂପର୍କରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।କର୍ଫ୍ୟୁ ବେଳେ ଲାଗୁଥିବା ଅନ୍ୟ ସମସ୍ତ କଟକଣା ପୂର୍ବପରି ବଳବତ୍ତର ରହିଛି । ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ପରେ ୧୪ ତାରିଖ ରାତିରୁ ସହରର ୬ଟି ଟାଉନ ଥାନା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା। ଗତକାଲି ଡିଜିପି ସୁନୀଲ ବଂଶଲ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମ୍ବଲପୁରରେ ସ୍ଥିତିର ସମୀକ୍ଷା କରିଥିଲେ ।