ଭଲୁ ଆକ୍ରମଣରେ ଜଣେ ଗୁରୁତର | News Room Odisha

ଭଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଅନ୍ତର୍ଗତ କୁଲିଙ୍ଗାମାଲ ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଏଥିରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମତେ ପୁରନ୍ଦର ମାଝୀ ନାମକ ଜଣେ ବ୍ୟକ୍ତି ସୋମବାର ସକାଳୁ ଶୌଚ ହେବାକୁ ଯିବା ସମୟରେ ଭାଲୁ ଆକ୍ରମଣ କରିଛି । ଫଳରେ ସେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଚିତ୍କାର ପରେ ଭାଲୁଟି ପୂରନ୍ଦରଙ୍କୁ ଛାଡିଥିଲା । ପୂରନ୍ଦରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଛି ।