ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ଓଡ଼ିଶା କ୍ରିକେଟ ଦଳର କୋଚ୍ ନିଯୁକ୍ତ ,ରୁମେଲି ଧର୍ ମହିଳା ଦଳର ନୂଆ କୋଚ୍  | News Room Odisha

ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ଓଡ଼ିଶା କ୍ରିକେଟ ଦଳର କୋଚ୍ ନିଯୁକ୍ତ ,ରୁମେଲି ଧର୍ ମହିଳା ଦଳର ନୂଆ କୋଚ୍ 

ଭୁବନେଶ୍ବର – ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆଙ୍କୁ ଓଡ଼ିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ୨୦୨୩-୨୪ ପାଇଁ ଦୀନେଶ ମୋଙ୍ଗିଆ ଓଡ଼ିଶା ଦଳର ମୁଖ୍ୟ କୋଚ ରହିବେ । ରୁମେଲି ଧରଙ୍କୁ ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ୍ ନିଯୁକ୍ତ କରାଯାଇଛି ।

ଦୀନେଶ ମୋଙ୍ଗିଆ ୨୦୧୯ରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିଲେ । ଓଡିଶା ଦଳର କୋଚ୍ ନିଯୁକ୍ତ ହେବା ପରେ ସେ ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ ।

ଦୀନେଶ ମୋଙ୍ଗିଆ ୨୦୦୧ରେ ଆନ୍ତର୍ଜାତିକ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ୫୭ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚ ଓ ଗୋଟିଏ ଟି-୨୦ ଆନ୍ତର୍ଜାତିକୀ ଖେଳିଛନ୍ତି । ସେ ମଧ୍ୟ ୧୨୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଦୀନେଶ ମୋଙ୍ଗିଆ ଇଂଲଣ୍ଡର ଲାଙ୍କାସାୟାର ଓ ଲିସେଷ୍ଟରସାୟାର ପକ୍ଷରୁ କାଉଣ୍ଟି ମ୍ୟାଚ ଖେଳିଛନ୍ତି।

ଓଡ଼ିଶା ମହିଳା କ୍ରିକେଟ ଦଳର କୋଚ୍ ନିଯୁକ୍ତ ହୋଇଥିବା ରୁମେଲି ଧର୍ ୨୦୦୫ ରୁ ୨୦୧୮ ମଧ୍ୟରେ ଭାରତୀୟ ଦଳ ପାଇଁ ବିଭିନ୍ନ ଫର୍ମାଟରେ ଆନ୍ତର୍ଜାତିକ କ୍ରିକେଟ ଖେଳିଥିଲେ । ସେ ଥିଲେ ଜଣେ ଅଲରାଉଣ୍ଡର । ସେ ଭାରତ ପାଇଁ ୪ଟି ଟେଷ୍ଟ ମ୍ୟାଚ, ୭୮ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ ଓ ୧୮ଟି ଟି-୨୦ ଆନ୍ତର୍ଜାତିକୀ ଖେଳିଛନ୍ତି।