କଣ୍ଟେନର ମାଡ଼ିଯିବାରୁ ମାଛ ବିକାଳିଙ୍କ ମୃତ୍ୟୁ | News Room Odisha

କଣ୍ଟେନର ମାଡ଼ିଯିବାରୁ ମାଛ ବିକାଳିଙ୍କ ମୃତ୍ୟୁ

ରାୟଗଡା- ରାୟଗଡ଼ା ସହରରେ ଭାରସାମ୍ୟ ହରାଇ ଏକ କଣ୍ଟେନର ମାଡ଼ିଯିବା ଯୋଗୁଁ ଜଣେ ମାଛ ବିକାଳିଙ୍କ ମୃତ୍ୟୁ ହୋଇଛି । ମୃତ ମାଛ ବିକାଳି ଜଣକହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ସବୁଦିନ ପରି ଆଜି ସକାଳେ ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ସମ୍ମୁଖରେ ବୋଚ୍ଚା ମାଛ ବିକ୍ରି କରୁଥିଲେ। ଏହି ସମୟରେ ହଠାତ୍‌ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ବୋଚ୍ଚାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ୨ ବର୍ଷ ପୂର୍ବେ ବୋଚ୍ଚାଙ୍କ ସ୍ତ୍ରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ବୋଚ୍ଚାଙ୍କ ଦୁଇ ଝିଅ ମଧ୍ୟ ଅଛନ୍ତି ।