ବାରିପଦା ଓ ଝାରସୁଗୁଡ଼ା ଆଜି ରାଜ୍ୟର ଉତ୍ତପ୍ତ ସହର, ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ | News Room Odisha

ବାରିପଦା ଓ ଝାରସୁଗୁଡ଼ା ଆଜି ରାଜ୍ୟର ଉତ୍ତପ୍ତ ସହର, ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର – ଲଗାତର ଅଷ୍ଟମ ଦିନ ପାଇଁ ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି । ଆଜି ବାରିପଦା ଓ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଦୁଇ ସହରରେ ତାପମାତ୍ରା ଆଜି ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି। ବଲାଙ୍ଗୀରରେ ୪୩ ଦଶମିକ ୭, ବୈ।ଦ୍ଧରେ ୪୩ ଦଶମିକ ୭, ନୂଆପଡ଼ାରେ ୪୩ ଦଶମିକ ୬, ଟିଟିଲାଗଡ଼ରେ ୪୩.୨, ସୋନପୁରରେ ୪୩.୨ ଅନୁଗୁଳରେ ୪୩.୧ ସମ୍ବଲପୁରରେ ୪୩ ଓ ସୁନ୍ଦରଗଡରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୪୨ ଦଶମିକ ୭ ଡିଗ୍ରୀ ସେଲସିୟସ।