ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି,ଏପ୍ରିଲ ୧୯ ଓ ୨୦ ବନ୍ଦ ରହିବ ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର | News Room Odisha

ପ୍ରଖର ଗ୍ରୀଷ୍ମ ପ୍ରବାହ ଜାରି,ଏପ୍ରିଲ ୧୯ ଓ ୨୦ ବନ୍ଦ ରହିବ ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତାକାଲି ଓ ୨୦ ତାରିଖ ସବୁ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ରାଜ୍ୟ ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆହୁରି ଦୁଇ ତିନି ଦିନ ଅସହ୍ୟ ତାତି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ କିଛି ଦିନ ଧରି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୨ ରୁ ଅଧିକ ଡିଗ୍ରୀ ରହୁଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ମାସ ୧୨ରୁ ୧୬ ଯାଏଁ ସବୁ ସ୍କୁଲ ଛୁଟି କରିଥିଲେ ରାଜ୍ୟ ସରକାର । ୧୭ ତାରିଖରୁ ପୁଣି ସ୍କୁଲ ଓ ଅଙ୍ଗନବାଡ଼ି ଖୋଲି ସକାଳୁଆ ପାଠ ପଢା ଆରମ୍ଭ ହୋଇଥିଲା। ହେଲେ ରାଜ୍ୟ ସାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଦୁଇ ଦିନ ସ୍କୁଲ ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।