ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ, ପଶ୍ଚିମ ଓଡ଼ିଶା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭିଏଚପିର ଆଜି ବନ୍ଦ ଡାକରା | News Room Odisha

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ, ପଶ୍ଚିମ ଓଡ଼ିଶା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭିଏଚପିର ଆଜି ବନ୍ଦ ଡାକରା

ସମ୍ବଲପୁର – ସମ୍ବଲପୁର ଜିଲ୍ଲାରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ରହିବ। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଏ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଣ୍ଟରନେଟ ଏବଂ ଡାଟା ସର୍ଭିସ ସଂପୂର୍ଣ୍ଣ ବନ୍ଦ ରହିବ । ହନୁମାନ ଜୟନ୍ତୀରେ ହିଂସା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ପ୍ରଥମେ ଗତ ୧୪ ତାରିଖ ରାତିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା ।

ପରିସ୍ଥିତିରେ ଉନ୍ନତି ଦୃଷ୍ଟିରୁ କର୍ଫ୍ୟୁ କୋହଳ କରାଯାଇଥିଲେ ମଧ୍ୟ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି ହୋଇଛି । ସମ୍ବଲପୁର ହିଂସା ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆଜିର ବନ୍ଦକୁ ଦୃଷ୍ଟିରେ ରଖି ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି।