ସ୍ମୃତିରେ ପ୍ରଫୁଲ୍ଲ କୁମାରୀ ପାଢ଼ୀ  | News Room Odisha

ସ୍ମୃତିରେ ପ୍ରଫୁଲ୍ଲ କୁମାରୀ ପାଢ଼ୀ 

ମଣିଷ ଶରୀର ନଶ୍ବର। ଏ ଧରାପୃଷ୍ଠରେ ଦେବତା ମଧ୍ୟ ମାନବ ଦେହ ଧରି ଜନ୍ମ ନେଲେ ବି ଦିନେ ନା ଦିନେ ଏ ଦୁନିଆ ତ୍ୟାଗ କରି ଯିବାକୁ ହେବ। ଏହାହିଁ ସଂସାରର ନିୟମ। ହେଲେ ନିଜ ଜୀବନରେ ଆମେ କରିଥିବା ସତକର୍ମ ଆମର ମୃତ୍ୟୁ ପରେ ବି ଆମ ସ୍ମୃତିକୁ ଅମର କରି ରଖେ। ଏଭଳି ଜଣେ ସ୍ମରଣୀୟା ମହିଳା ଥିଲେ ଶ୍ରୀମତି ପ୍ରଫୁଲ୍ଲ କୁମାରୀ ପାଢ଼ୀ। ଦିବଙ୍ଗତ ନରସିଂହ ପାଢ଼ୀଙ୍କ ବୋହୂ ତଥା ସ୍ବର୍ଗତ ରାମକୃଷ୍ଣ ପାଢ଼ୀଙ୍କ ସହଧର୍ମିଣୀ। ବ୍ରହ୍ମପୁର ଟାଉନ୍ ହଲ୍ ନିକଟ ନିଜସ୍ବ ବାସଭବନରେ ଚଳିତ ମାସ ୮ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରାକ୍ ସ୍ବାଧୀନତା କାଳରେ ୧୯୩୯ ମସିହା ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ସେ। ଅତ୍ୟନ୍ତ ଭଦ୍ର, ଆମାୟିକ ଓ ନମ୍ର ସ୍ବଭାବ ବଳରେ ସମସ୍ତଙ୍କ ମନ ଓ ହୃଦୟ ଜାଣିବାକୁ ସମର୍ଥ ହୋଇପାରୁଥିଲେ ସେ। ଜଣେ ଧାର୍ମିକ ଓ ପରୋପକାରୀ ମହିଳା ରୂପେ ତାଙ୍କୁ ସମସ୍ତେ ଚିହ୍ନିଥିଲେ।‌ ସେ ଆଜି ଆମ ଗହଣରେ ନାହାନ୍ତି ସତ, ମାତ୍ର ଜଣେ ଉତ୍ତମ ଓ ଦରଦୀ ମଣିଷ ହୋଇ ବଞ୍ଚି ରହିବାର ତାଙ୍କ ଶିକ୍ଷା ଆମ ପାଇଁ ଆଲୋକବର୍ତ୍ତିକା ସଦୃଶ ରହିଛି। ଆଜି ତାଙ୍କ ଦ୍ଵାଦଶରେ ତାଙ୍କ ଚାରି ଝିଅ ବୁଢ଼ୀ, ବେବି, ଟିକି ଓ ବାନୁ ସମେତ ନିଶି, ଲାରା, କିଟୁ, ଜିତୁ ଓ ବିଟୁ ପରମାତ୍ମାଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି।