ଆକାଶରୁ ବର୍ଷୁଛି ନିଆଁ, ଆଜି ବାରିପଦା ପୁଣି ରାଜ୍ୟର ଉତ୍ତପ୍ତ ସହର | News Room Odisha

ଆକାଶରୁ ବର୍ଷୁଛି ନିଆଁ, ଆଜି ବାରିପଦା ପୁଣି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆକାଶରୁ ବର୍ଷୁଛି ନିଆଁ। ବାରିପଦା ଆଜି ପୁଣି ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଲଗାତର ଦ୍ୱିତୀୟ ଦିନ ଏଠାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ଏଠାରେ ଆଜିର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରହିଛି । ୪୪। ଦଶମିକ ୪ ଡିଗ୍ରୀ ସେଲସିୟସ ସହ ନୂଆପଡ଼ା ରାଜ୍ୟରେ ଦ୍ୱିତୀୟ ଗରମ ସ୍ଥାନ ହୋଇଛି। ବଲାଙ୍ଗିରରେ ୪୪ ଓ ବୌଦ୍ଧରେ ୪୩ ଦଶମିକ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେରରେ ପାରଦ ୪୩ ଦଶମିକ ୮, ଅନୁଗୁଳରେ ୪୩ .୭, ଝାରସୁଗୁଡ଼ାରେ ୪୩ . ୬, ରାଉରକେଲାରେ ୪୩ .୩, ସମ୍ବଲପୁରରେ ୪୩. ୨, ଟିଟିଲାଗଡ଼ରେ ୪୩ .୧, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ଵରରେ ଆଜିର ତାପମାତ୍ରା ଥିଲା ୪୨ ଦଶମିକ ୫ ଡିଗ୍ରୀ ସେଲସିୟସ ।